ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସିଖବର, ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସ ଏବଂ ସେଂଟର ଅଫ ଏକ୍ସେଲେନ୍ସ ଅଫ କ୍ରିକେଟ୍ ଉଦଘାଟିତ

ଭୁବନେଶ୍ୱର,୧୫/୨: ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର। ଏମଜିଏମ ଗ୍ରୁପ୍ ତରଫରୁ ଆଜି ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସ ଏବଂ ସେଂଟର ଅଫ ଏକ୍ସେଲେନ୍ସ ଅଫ କ୍ରିକେଟ୍ ଉଦଘାଟିତ ହୋଇଛି। ଏହା କଟକର କାପୁରସିଂର ଗୁରୁଡିଝାଟିଆରେ ଆନ୍ତରର୍ଜାତୀୟ କ୍ରିକେଟର ସୁରେଶ ରାଇନା ଉଦଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟଅତିଥି ଭାବେ  ମନ୍ତ୍ରୀ କୃଷୀ ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପଶୁ ସଂପଦ ବିକାଶ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଜୁକ୍ତିବିଦ୍ୟା ଏବଂ କ୍ରୀଡା ଓ ଯୁବ ସେବା ତୁଷାରକାନ୍ତି ବେହେରା, ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଓଡିଶା କ୍ରିକେଟ୍ ଆସୋସିଏସନ୍ ର ସଭାପତି ତଥା ପୁର୍ବତନ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ପ୍ରଜ୍ଞାନ ଓଝା, ଓଡିଶା ଫୁଟବଲ ଆସୋସିଏସନର ଓ ଓଡିଶା ଆଥେଲେଟ୍ ଆସୋସିଏସନ ସଂପାଦକ  ଆଶୀର୍ବାଦ ବେହେରା ଏବଂ ଓଡିଶା କ୍ରିକେଟ୍‌
ଆସୋସିଏସନ୍ ର ସଂପାଦକ  ସଂଜୟ ବେହେରା ଉପସ୍ଥିତ ଥିଲେ ।

ଏହି ପ୍ରକଳ୍ପ ଉଦଘାଟନ ଅବସରରେ ଏମଜିଏମ୍ ଗ୍ରୁପର ଅଧ୍ୟକ୍ଷ  ପଙ୍କଜ ଲୋଚନ ମହାନ୍ତି କହିଛନ୍ତି ଏହି ପ୍ରକଳ୍ପ ହେଉଛି  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ କ୍ରୀଡା କ୍ଷେତ୍ରରେ ଥିବା ଦୂରଦୃଷ୍ଟି କୁ ଆଖି ଆଗରେ ରଖି ଏହି କ୍ରୀଡା ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ୩୦ ଏକର ଜମି ଏବଂ ୪୦ କୋଟି ବ୍ୟୟରେ ଏହି ଅନୁଷ୍ଠାନ କରାଯାଇଛି । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ପ୍ରାୟ ୧୦୦ ଜଣ କ୍ରୀଡାବିତ୍ ରହିବାର ସୁବିଧା କରାଯିବ ଏବଂ ଭବିଷ୍ୟତରେ ଅନ୍ୟ ବୈଷୟିକ କ୍ରୀଡା ଶିକ୍ଷା ଦିଆଯିବାର ଯୋଜନା କରାଯାଇଛି । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ । ଏହିଭଳି ଘରୋଇ କ୍ରୀଡା ପ୍ରକଳ୍ପ ସମଗ୍ର ପୂର୍ବ ଭାରତରେ ପ୍ରଥମ । ଖୁବ ଶୀଘ୍ର କ୍ରିକେଟ୍ ଅଭ୍ୟାସ ନିମନ୍ତେ ଏକ ଇନଡୋର ହଲ୍ କରାଯିବ ଏବଂ ଆସନ୍ତା ଜୁନ ମାସରୁ ଏକାଡେମି ସିଷ୍ଟମ ଆରମ୍ଭ କରାଯିବ । ପ୍ରାଥମିକ ଭାବରେ କଟକରେ ଏକ ଘର ଭଡା ନିଆଯାଇ ପିଲାମାନଙ୍କର ରହିବାର ବ୍ୟବସ୍ଥା କରାଯିବ ଓ ସେମାନଙ୍କର ଗମନା ଗମନର ବ୍ୟବସ୍ଥା କରାଯିବ ବୋଲି ଏମଜିଏମ୍ ଗ୍ରୁପ ର ଅଧ୍ୟକ୍ଷ କହିଛନ୍ତି ।

ଏମଜିଏମ୍ ଗ୍ରୁପ୍ ଓଡିଶା କ୍ରିଡା କ୍ଷେତ୍ରରେ ଏକ ଉତ୍କର୍ଷତା ନିମନ୍ତେ ଏକ କ୍ରୀଡା ବିଦ୍ୟାଳୟ ସ୍ଥାପନ କରୁଛି । କ୍ରିକେଟ୍ କ୍ଷେତ୍ର ତଥା ଅନ୍ୟ କ୍ରୀଡା ପାଇଁ ଖେଳାଳୀ ଚୟନ କରି ସେମାନଙ୍କର ପ୍ରଶିକ୍ଷଣ ଏବଂ ଲଜିଷ୍ଟିକ ଖର୍ଚ୍ଚ ବହନ କରିବୁ । ଏହାର ସେବା ଏବଂ ସୁବିଧା ଜାତୀୟ କ୍ରିକେଟ୍ ଏକାଡେମୀ ଏବଂ ଅନ୍ୟାନ୍ୟ କ୍ରୀଡା ଏକାଡେମୀ ସମ ହେବ । ଭବିଷ୍ୟତରେ କ୍ରୀଡା ଏବଂ ବୈଷୟିକ ଶିକ୍ଷା ପାଇଁ ଅତିରିକ୍ତ ପାଠ୍ୟକ୍ରମ ଉପଲବ୍ଧ କରାଯିବ ଯାହା ପାଇଁ  ବିଭିନ୍ନ କ୍ରୀଡା ପରାମର୍ଶଦାତା ମାନଙ୍କ ସହିତ ଆଲୋଚନା କରାଯାଇଥିବା ସୂଚନା ରହିଛି ।