ଆସନ୍ତାକାଲି ବଡ଼ଦିନ: ରଙ୍ଗବେରଙ୍ଗ ଲାଇଟରେ ଝଲସୁଛି ଚର୍ଚ୍ଚ

ନୂଆଦିଲ୍ଲୀ,୨୪/୧୨: ଆଜି ମଧ୍ୟରାତିରୁ ଧରାବତରଣ କରିବେ ପ୍ରଭୁ ଯୀଶୁ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶର ସମସ୍ତ ଛୋଟବଡ ଚର୍ଚ୍ଚକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି  । ଏଥିସହ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି । ସେପଟେ ବଡଦିନ ପାଇଁ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦୁଇ ବର୍ଷ ହେବ କରୋନା ପାଇଁ ବ୍ୟବସାୟ ମାନ୍ଦା ପଡିଥିଲା । ଏଥରକ କରୋନା କଟକଣା ହଟିବା ଯୋଗୁଁ ବ୍ୟବସାୟୀମାନ ମଧ୍ୟ ଆଶାବାଦୀ ଅଛନ୍ତି ।