ବଟିକାରେ ଭଲ ହେବ କର୍କଟ, ଟାଟା ମେମୋରିଆଲ ମୁମ୍ବାଇର ଦାବି

ନୂଆଦିଲ୍ଲୀ, ୨୮/୦୨: ଏଭଳି ବଟିକା ଯାହାକୁ ସେବନ କରିବା ଦ୍ୱାରା କର୍କଟ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ୨ୟ ଥର ପାଇଁ କର୍କଟ ରୋଗ ହେବା ଆଶଙ୍କାକୁ ୩୦ ପ୍ରତିଶତ କମ କରିିିହେବ। ଏନେଇ ଟାଟା ମେମୋରିଆଲ ମୁମ୍ବାଇ ଦାବି କରିଛି।  ଏଥିସହ ଔଷଧ, ବିକିରଣ, କେମୋଥେରାପିର ଚିକିତ୍ସାର ପାଶ୍ୱର୍ ପ୍ରତିକ୍ରିୟାକୁ ୫୦ ପ୍ରତିଶତ ହ୍ରାସ କରୁଥିବା ମଧ୍ୟ ଦାବି କରାଯାଇଛି । ଆଗମୀ ଦିନରେ ବଜାରରେ ବଟିକା ଆସିବ । ଏହା କର୍କଟ ରୋଗର ସବୁଠୁ ଶସ୍ତା ଚିକିତ୍ସା ହେବ । ଏହି ବଟିକାକୁ ମଂଜୁରୀ ଦେବା ପାଇଁ ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟିକୁ ଆବେଦନ କରାଯାଇଛି । ଜୁନ-ଜୁଲାଇ ସୁଦ୍ଧା ଅନୁମତି ମିଳିପାରେ । ଆମେରିକା ଓ ଚୀନ ପରେ ଭାରତରରେ ସବୁଠୁ ଅଧିକ କର୍କଟ ରୋଗୀ ଚିହ୍ନଟ ହୋଇଥାନ୍ତି । ଗବେଷକମାନେ ମୂଷାଙ୍କ ଦେହରେ ବଟିକା ପରୀକ୍ଷଣ କରିବା ପରେ ସଫଳତା ପାଇଛନ୍ତ ।