କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦେବା ନେଇ ଜାରି ହେଲା ନୂଆ ଏସଓପି

ଭୁବନେଶ୍ୱର, ୭/୫: ଦେଶରେ ଦ୍ରୁତଗତିରେ ବଢି ଚାଲିଛି କରୋନା। ଏହାରିମଧ୍ୟରେ କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦେବା ନେଇ ନୂଆ ଏସଓପି ଜାରି ହୋଇଛି।କରୋନା ପାଇଁ ନୂଆ ଔଷଧ TOCILIZUMAB ଓ ଅନ୍ୟ ଔଷଧ ପାଇଁ  ଏସଓପି ଜାରି କରାଯାଇଛି। ଔଷଧ ବ୍ୟବହାର ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିୟମ କରାଯାଇଛି। ଗୁରୁତର ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦିଆଯାଇପାରିବ । ସେହିପରି ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଔଷଧ ଦିଆଯାଇପାରିବ । କରୋନା ଆକ୍ରାନ୍ତଙ୍କୁ ଔଷଧ ଦେବା ନେଇ ଡିସିଜିଆଇ ଅନୁମତି ଦେଇଛନ୍ତି । କିନ୍ତୁ ଔଷଧର ବ୍ୟବହାର ନେଇ ଡିସିଜିଆଇ ସ୍ପଷ୍ଟ ଗାଇଡଲାଇନ ଜାରି କରିନାହାନ୍ତି ।