ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩/୦୧: ନର୍ସିଂ, ଫାର୍ମାସି , ଏଏନଏମ୍ ସହ ଅନ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମକେସିଜି ମେଡିକାଲ ପରିଦର୍ଶନ ସମୟରେ ମେଡିକାଲ ଛାତ୍ରଛାତ୍ରୀଙ୍କ ଅନୁରୋଧ ପାଇବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଉନ୍ନତ ସେବା ପାଇଁ ପ୍ରେତ୍ସାହନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଡି.ଫାର୍ମା- ୫୦୦ ଟଙ୍କା, ଏଏନଏମ- ୨୦୦୦ ଟଙ୍କା, ବିଏସସି (ଏନ୍) ଇଣ୍ଟର୍ନସିପ୍ ପାଇଁ ୫୦୦୦ ଟଙ୍କା,କ୍ଲିନିକାଲ ସାଇକୋଲୋଜି (ଏମଫିଲ୍) – ୧୦,୦୦୦ ଟଙ୍କା, ସାଇକାଟ୍ରିକ୍ ସୋସିଆଲ ୱାର୍କ (ଏମ୍.ଫିଲ୍) – ୧୦,୦୦୦ ଟଙ୍କା ପାଇବେ। ଏହି ଷ୍ଟାଇପେଣ୍ଡ ଅଭିବୃଦ୍ଧି ଛାତ୍ରଛାତ୍ରୀଙ୍କୁ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।