କରୋନା ମୁକାବିଲା ଓ ପରିଚାଳନା ପାଇଁ ଡାକ୍ତରୀ ଛାତ୍ର ନିୟୋଜିତ

ଭୁବନେଶ୍ୱର, ୨/୫: ରାଜ୍ୟରେ ଏବେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ତେଣୁ କରୋନା ମୁକାବିଲା ଓ କୋଭିଡ୍‌ ପରିଚାଳନା ପାଇଁ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କରାଯାଇଛି। SCB ମେଡିକାଲର ୬ ଜଣ ଇଣ୍ଟର୍ଣ୍ଣଙ୍କୁ ୧୦୪ କଲ୍‌ ସେଣ୍ଟରରେ ନିୟୋଜିତ କରିଛନ୍ତି ସରକାର। ଏହି ଡାକ୍ତରମାନେ ଭୁବନେଶ୍ୱର ଇଡ୍‌କୋ ଟାୱାର କଲ୍‌ ସେଣ୍ଟରରେ କାର୍ଯ୍ୟ କରିବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।