ମୟୂରଭଞ୍ଜରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୧୦: ଆଜି ମୟୂରଭଞ୍ଜ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ପହଂଚି BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । BSKY ସ୍ମାର୍ଟ କାର୍ଡ ବାଣ୍ଟନ କାର୍ଯ୍ୟକ୍ରମରେ  ଉଦ୍‌ବୋଧନ ଦେଇ କହିଛନ୍ତି ଯେ ମୟୂରଭଞ୍ଜ ହେଉଛି କଳାର ଭୂମି, ଏଠାକୁ  ଆସି ବହୁତ ଖୁସି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ହିତାଧିକାରୀ କାର୍ଡ ପାଇଲେଣି ବୋଲି ସେ କହିଛନ୍ତି।