ମୟୂରଭଞ୍ଜ ଜିଲ୍ଲାକୁ ଗଡିବ ଟ୍ରେନ, ବ୍ୟୟ ଅଟକଳ ହୋଇସାରିଥିବ ବେଳେ ମଞ୍ଜୁରୀକୁ ଅପେକ୍ଷା

ଭୁବନେଶ୍ୱର, ୧୦/୦୧: ମୟୂରଭଞ୍ଜ ଜିଲ୍ଲାର ବହୁ ପ୍ରତିକ୍ଷୀତ ତିନି ରେଳ ରୁଟ୍ ପାଇଁ ବ୍ୟୟ ଅଟକଳ ହୋଇସାରିଛି । ଏନେଇ ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ୧୪୫୯.୧୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଏହି ରୁଟରେ ଦୁଇଟି ପୁରୁଣା ରେଳଷ୍ଟେସନ ସହ ନୂତନ ୫ଟି ରେଳ ଷ୍ଟେସନ ରହିବ । ସେଗୁଡିକ ମଧ୍ୟରେ ଓଡ଼ିଶା ସୀମାରେ ବୁଡାମରା ,ଝାରପୋଖରିଆ, ଓ ଝାଡ଼ଖଣ୍ଡ ସୀମାରେ ଥିବା ବହଡାଗୋଡା, ବରୋଲ, ପୁରୁଣାପାଣି ଷ୍ଟେସନ ରହିବ । ରେଳଲାଇନ ଦ୍ୱାରା ରୂପସା-ବାଙ୍ଗରିପୋଷି ସେକ୍ସନର ବୁଡାମରା ଓ ଖଡଗପୁର-ଟାଟା ନଗର ସେକ୍ସନକୁ ସଂଯୋଗ ହୋଇପାରିବ । ଏହି ରେଳ ରୁଟ ସବୁ ସଂଯୋଗ ହେଲେ ମୟୂରଭଞ୍ଜ ଲୋକମାନେ ଉପକୃତ ହେବେ । ଯାତାୟାତରୁ ନେଇ ବାଣିଜ୍ୟ ଓ ଅଂଚଳ ବିକାଶର ନୂଆ ସମ୍ଭାବନା ସୃଷ୍ଟିକରିବାରେ ସକ୍ଷମ ହେବ । ବହୁଦିନରୁ ଦାବି ହୋଇ ଆସୁଥିବାବେଳେ ଏବେ ସଫଳ ରୂପାୟନ ହେବାକୁ ଯାଉଛି ।