ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର,୩/୫: ଆସନ୍ତାକାଲି ଓଡିଶା ଆସୁଛନ୍ତି ମହାମହିମ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି ମୟୁରଭଞ୍ଜ । ମହାମହିମଙ୍କ ମୟୂରଭଞ୍ଜ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୟୂରଭଞ୍ଜ୍ ଜିଲ୍ଲା ପାହାଡ଼ପୁରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରାଷ୍ଟ୍ରପତି ହେବା ପରେ ୧୧ ମାସ ପରେ ଦୌପଦୀ ମୁର୍ମୁଙ୍କ ଏହା ପ୍ରଥମ ମୟୂରଭଞ୍ଜ ଗସ୍ତ । ଆସନ୍ତାକାଲି ରାଷ୍ଟ୍ରପତି ଆସିବା ପରେ ଶାଶୁଘର ଗାଁରେ ଆଦିବାସୀ ପରମ୍ପରାରେ ପୂଜାର୍ଚ୍ଚନା କରିବେ । ସେଥିପାଇଁ ପାହାଡପୁରରେ ଗୋଷାଣୀକୁ ସଜେଇ ଦିଆଯାଇଛି । ମାଟି କାନ୍ଥର ଘର ନୂଆ ରୂପ ପାଇଛି । ମାଟି ଘର, ସିମେଣ୍ଟ କଂକ୍ରିଟ ଘରରେ ବଦଳି ଯାଇଛି ।  ରାଷ୍ଟ୍ରପତିଙ୍କ ପାହାଡପୁର, ରାଇରଙ୍ଗପୁର ଓ ଶିମିଳିପାଳ ଗସ୍ତକୁ ନେଇ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।