ବଡ ଘୋଷଣା କଲେ ମାୟାବତୀ, ସ୍ପଷ୍ଟ କଲେ ଏକାକୀ ଲଢ଼ିବ ବିଏସପି

ନୂଆଦିଲ୍ଲୀ,୯/୦୩: ସାଧାରଣ ନିର୍ବାଚନ ପୂର୍ବରୁ ବିଏସପି ପକ୍ଷରୁ ବଡ ଘୋଷଣା ହୋଇଛି । ୨୦୨୪ ନିର୍ବାଚନରେ ଏକାକୀ ଲୋକସଭା ନିର୍ବାଚନ ଲଢିବ ବିଏସପି । କୌଣସି ମେଣ୍ଟରେ ସାମିଲ ହେବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମାୟାବତୀ । ବିଏସପି ଏକାକୀ ନିଜ ଶକ୍ତି ଅନୁଯାୟୀ ନିର୍ବାଚନ ଲଢିବ ଏବଂ ଭଲ ପ୍ରଦର୍ଶନ ମଧ୍ୟ କରିବ । ମାୟାବତୀ କହିଛନ୍ତି, ଉତ୍ତରପ୍ରଦେଶରେ ବିଏସପି ଏକାକୀ ନିର୍ବାଚନ ଲଢିବା ଦ୍ୱାରା ବିରୋଧୀଙ୍କ ମନରେ ଛନକା ପଶିଛି । ଯେଉଁଥିପାଇଁ ପ୍ରତିଦିନ କିଛି ମିଛ ପ୍ରଚାର କରାଯାଉଛି । କିନ୍ତୁ ବହୁଜନ ସମାଜର ହିତ ପାଇଁ ବିଏସପି ଏକାକୀ ନିର୍ବାଚନ ଲଢିବ ଏବଂ ଏହି ନିଷ୍ପତ୍ତିରେ ଆମେ ଅଟଳ । ଆଗାମୀ ଲୋକସଭା ନିର୍ବାଚନରେ କୌଣସି ଦଳ ସହ ବିଏସପି ମେଣ୍ଟ କରିବନି ବୋଲି ମାୟାବତୀ ସ୍ପଷ୍ଟ କରିଥିଲେ । କିନ୍ତୁ ଇଣ୍ଡିଆ ମେଣ୍ଟରେ ମାୟାବତୀ ସାମିଲ ହେବେ ବୋଲି ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା ।