ଆସନ୍ତାକାଲିଠାରୁ ଅଗଷ୍ଟ ୫ ଯାଏଁ ମାଟ୍ରିକ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର, ୨୯/୭: ମାଟ୍ରିକ ରେଜଲ୍ଟକୁ ନେଇ କେତେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ । ତେଣୁ ସେମାନଙ୍କ ପାଇଁ ଆଉଥରେ ଅଫଲାଇନ ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା କରାଯିବ । ରାଜ୍ୟର ୧୫୧୩୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ଛାତ୍ରଛାତ୍ରୀମାନେ ୫୦୪ ସେଣ୍ଟରରେ ପରୀକ୍ଷା ଦେବେ । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ । ୩୦ ଜୁଲାଇରୁ ଅଗଷ୍ଟ ୫ ଯାଏଁ ମାଟ୍ରିକ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହେବ । ଏହାସହ ନିର୍ଦ୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।