ଆସନ୍ତାକାଲି ଠାରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ

କଟକ, ୨୨/୧୧: ଆସନ୍ତାକାଲି ଠାରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହେବ। ସେଥିପାଇଁ ବିଭିନ୍ନ ନୋଡାଲ ସେଣ୍ଟରକୁ ପ୍ରଶ୍ନ ପତ୍ର ପଠା ସରିଛି। ପରୀକ୍ଷାର ୧୫ ମିନଟ ପୂର୍ବରୁ ପ୍ରଶ୍ନ ପତ୍ରର ସିଲ ଖୋଲାଯିଵ। ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଆଡର୍ଡ଼ ଗଠନ କରାଯାଇଛି। ଚଳିତବର୍ଷ ପରୀକ୍ଷାରେ  ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ ଟି କେନ୍ଦ୍ରରେ ଦେବେ ପରୀକ୍ଷା। ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ର ଥିବା ବେଳେ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ ଟି କେନ୍ଦ୍ରରେ ପରୀକ୍ଷା ଦେବେ। ୩୧୬ ନୋଡାଲ ସେଣ୍ଟର ଥିବାବେଳେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ। ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର କରାଯାଇଛି।