ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ

କଟକ,୬/୭: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଆଜି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଛି । କଟକ ବୋର୍ଡ ଅଫିସରେ ଆନୁଷ୍ଠାନିକ ଭାବରେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ଚଳିତ ବର୍ଷ ପାସ୍ ହାର ରହିଛି ୯୦.୫୫ ପ୍ରତିଶତ । ତେବେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରଙ୍କର ପାସ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କର ପାସ ହାର ୯୨.୩୭ ପ୍ରତିଶତ ରହିଛି । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨୬ ହଜାର ୮୧୮ ପିଲା । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।ରାଜ୍ୟର ସମୁଦାୟ ୮ ହଜାର ୯୨୫ଟି ବିଦ୍ୟାଳୟର ପିଲା ପରୀକ୍ଷା ଦେଇଥିବାବେଳେ ତିନିଟି ବିଦ୍ୟାଳୟର ରେଜଲ୍ଟ ଶୂନ୍ୟ ରହିଛି । ଅର୍ଥାତ ଏହି ତିନିଟି ବିଦ୍ୟାଳୟର କେହି ବି ପିଲା ପାସ କରିନାହାନ୍ତି। ମାଲକାନଗିରି ଓ ଅନୁଗୁଳ ଜିଲ୍ଲାରେ ଏହି ତିନିଟି ସ୍କୁଲ ଥିବାବେଳେ ୧୧୭୦ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି।