ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ !

ଭୁବନେଶ୍ୱର,୭/୫: ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ । ସେହିପରି ମେ ଶେଷ ସପ୍ତାହ ସୁଦ୍ଧା ବାହାରିପାରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଏହାସହ ଖୁବଶୀଘ୍ର ଚୂଡାନ୍ତ ତାରିଖ ଘୋଷଣା କରାଯବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । କିନ୍ତୁ ମେ’ ମାସ ଶେଷ ସୁଦ୍ଧା ଯୁକ୍ତ୨ ବାଣିଜ୍ୟ ଓ ବିଜ୍ଞାନର ପରୀକ୍ଷା ଫଳ ବାହାର କରାଯିବ ।