ଆସନ୍ତା ୧୮ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର,୧୬/୫: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଓ ଖୁସି ଖବର । ଆସନ୍ତା ୧୮ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ସକାଳ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ କରିବା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି । ମାଟ୍ରିକ୍ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ।