ମେ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୧୨/୪: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ମେ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଏହା ମଧ୍ୟ କହିଛନ୍ତି ଯେ ମାଟ୍ରିକ ପରୀକ୍ଷା ଖାତା ଦେଖା ଶେଷ ହୋଇସାରିଛି । ବର୍ତ୍ତମାନ ଟାବୁଲେସନ୍ ଚାଲିଛି । ବୋର୍ଡ ପକ୍ଷରୁ ରେଜଲ୍ଟ ପ୍ରକାଶ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ତେଣୁ ଆସନ୍ତା ମେ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ସେହିପରି ଯୁକ୍ତ ଦୁଇ ପରୀକ୍ଷାର ରେଜଲ୍ଟ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଯୁକ୍ତ ଦୁଇ ପରୀକ୍ଷାର ଖାତା ଦେଖା ଚାଲିଛି ।