ବଡ ଖବର: ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର,୨୫/୦୬: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏହାସହ ରେଜଲ୍ଟ ପ୍ରକାଶ କରିବା ପୂର୍ବରୁ ଯାହା ପ୍ରକ୍ରିୟା ରହିଛି ଶୀଘ୍ର ସାରିବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ବୋର୍ଡ ପକ୍ଷରୁ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଏପ୍ରିଲ୍‌ ୨୯ତାରିଖ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବେଳେ ମେ ୧୨ତାରିଖରେ ସମସ୍ତ ପରୀକ୍ଷା ଶେଷ ହୋଇଥିଲା। ବୋର୍ଡ ପକ୍ଷରୁ ମେ ୨୧ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ‌ହୋଇ ଜୁନ୍ ୨ତାରିଖରେ ଶେଷ ହୋଇଥିଲା। ମାଟ୍ରିକରେ ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା ‌ହୋଇଥିବା ବେଳେ ୫୦ ମାର୍କ ଅବ୍‌‌ଜେକ୍ଟିଭ୍ ଓ ୩୦ ମାର୍କ ସବ୍‌ଜେକ୍ଟିଭ୍ ପରୀକ୍ଷା କରାଯାଇଥିଲା।