ଆସନ୍ତା ୨୮ ତାରିଖ ସୁଦ୍ଧା ସେଣ୍ଟର ଗୁଡ଼ିକରେ ପହଞ୍ଚିବ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର

ଭୁବନେଶ୍ୱର, ୧୩/୭: ଗତକିଛି ଦିନ ତଳେ ମାଟ୍ରିକ ପରୀକ୍ଷାର ରେଜଲ୍ଟ ବାହାରିଥିଲା। କିନ୍ତୁ କିଛି ଛାତ୍ରଛାତ୍ରୀ ଏହି ରେଜଲ୍ଟ ଅସନ୍ତୋଷ ଅଛନ୍ତି। ଅସନ୍ତୋଷ ଛାତ୍ରଛାତ୍ରୀ ଆଉଥରେ ପରୀକ୍ଷା ଦେଇପାରିବେ। ଏହି ମାଟ୍ରିକ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା ନେଇ ବୋର୍ଡ ସୂଚନା ଦେଇଛି। ଆସନ୍ତା ୧୮ ତାରିଖ ସୁଦ୍ଧା ଶେଷ ହେବ ସେଣ୍ଟର ନିର୍ଦ୍ଧାରଣ କାର୍ଯ୍ୟ ଓ ୨୮ ତାରିଖ ସୁଦ୍ଧା ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ର ପହଁଚିବ। OMR ସିଟ୍, ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା କେନ୍ଦ୍ର ସ୍ଥିର କରାଯିବ । ଅତି ବେଶୀରେ ୧୦୦ ପରୀକ୍ଷାର୍ଥୀଙ୍କୁ ନେଇ ହେବ ଗୋଟିଏ ସେଣ୍ଟର । ଅନ୍ୟପଟେ ଆସନ୍ତାକାଲି ଫର୍ମ ପୂରଣ ଅବଧି ଶେଷ ହେବ। ଆସନ୍ତା ୩୦ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ରେ ଶେଷ ହେବା ନେଇ ସୂଚନା ରହିିିଛି।