ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍ ଆରମ୍ଭ, ୧୮ ଯାଏଁ ଚାଲିବ ଏହି ପ୍ରକ୍ରିୟା

ଭୁବନେଶ୍ୱର,୩/୧୧: ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍ ଆରମ୍ଭ ହୋଇଛି। ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ । ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ବିଦ୍ୟାଳୟରେ ପଢୁଥିବା ରେଗୁଲାର୍ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅନଲାଇନ ମାଧ୍ୟମରେ ହେବ। ସେହିଭଳି କରେସପଣ୍ଡେଣ୍ଟ ରେଗୁଲାର୍ ଓ କରେସପଣ୍ଡେଣ୍ଟ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ଅଫଲାଇନରେ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଅନ୍ୟପକ୍ଷରେ ଇଣ୍ଟରନାଲ ଆସେସମେଣ୍ଟ ମାର୍କ ସହ ଆସପ୍ରେସନାଲ କମ୍ପୋନେଣ୍ଟସ ମାର୍କ ପ୍ରଧାନଶିକ୍ଷକମାନେ ଅପଲୋଡ କରିବେ । ବୋର୍ଡର ୱେବସାଇଟ୍ www.bseodisha.ac.in ରୁ ଛାତ୍ରଛାତ୍ରୀମାନେ ଏସମ୍ପର୍କରେ ଅଧିକ ସୂଚନା ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ।