ରାଜ୍ୟରେ ପ୍ରତ୍ୟାହାର ହେବ ମାଟ୍ରିକ୍‌ ଫର୍ମ ପୂରଣ ବିଜ୍ଞପ୍ତି

ଭୁବନେଶ୍ୱର, ୭/୧୧: ରାଜ୍ୟରେ  ମାଟ୍ରିକ୍‌ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର ହେବ। ଶିକ୍ଷାବର୍ଷ ଆରମ୍ଭ ନହେଉଣୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ୍ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ମାଧ୍ୟମକି ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ଗତ ୫ରେ ମାଟ୍ରିକ ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ନଭେମ୍ବର ୯ରୁ ଡିସେମ୍ବର ୨ ଯାଏ ମାଟ୍ରିକ ଫର୍ମ ପୂରଣ ହେବାର ଥିଲା। ଆଜି ସାନି ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ବୋର୍ଡ ସଭାପତି ସୂଚନା ଦେଇଛନ୍ତି।