ରାଜ୍ୟରେ ଛାଡ଼ ହେଲା ମାଟ୍ରିକ୍‌ ଫି

ଭୁବନେଶ୍ୱର, ୧୨/୧: ରାଜ୍ୟରେ ଛାଡ଼ ହୋଇଛି ମାଟ୍ରିକ୍‌ ଫି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ୍‌ ପରୀକ୍ଷା ଫି ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏଥିରେ ଉପକୃତ ହେବେ ରାଜ୍ୟର ୬ ଲକ୍ଷ ପରୀକ୍ଷାର୍ଥୀ । ଏଥିପାଇଁ ରାଜ୍ୟ ସରକାର ୨୭ କୋଟି ଟଙ୍କା ଭରଣ କରିବେ।