ଏପ୍ରିଲ ୩ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର,୨୦/୩: ଆଜି ଶେଷ ହୋଇଛି ଦଶମ ପରୀକ୍ଷା। ଏହାରିମଧ୍ୟରେ ଏପ୍ରିଲ ୩ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଯିବ । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତା ସୁରକ୍ଷାରେ ଯିବ । ୪୫ ଦିନ ଭିତରେ ଖାତା ଦେଖା ସମ୍ପୂର୍ଣ୍ଣ ହେବ ବୋଲି ଆଶା ରହିଛି । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜାରା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଆଜି ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।