ମାଟ୍ରିକ ପରୀକ୍ଷା ପ୍ରସଙ୍ଗରେ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର, ୨/୭: ବହୁ ଅପେକ୍ଷା ପରେ ଗତ ୨୫ ତାରିଖ ମାଟ୍ରିକ ରେଜଲ୍ଟ ବାହାରିଥିଲା। କିନ୍ତୁ ରେଜଲ୍ଟ କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତେଣୁ ଅସନ୍ତୋଷ ଛାତ୍ରଛାତ୍ରୀ ମାନେ ଆଉଥରେ ଅଫଲାଇନ ପରୀକ୍ଷା ଦେଇ ପାରିବେ ବୋଲି ସୂଚନା ରହିଛି। ଏହି ମାଟ୍ରିକ ପରୀକ୍ଷା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୭୦% ପାଠ୍ୟକ୍ରମକୁ ନେଇ ହେବ ଇଚ୍ଛାଧୀନ ମାଟ୍ରିକ ପରୀକ୍ଷା। ପ୍ରଶ୍ନପତ୍ରର ରୂପରେଖ ନେଇ  ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ୧୫ ଦିନରେ ଫଳ ପ୍ରକାଶ ପାଇବ ଓ ଫଳ ପ୍ରକାଶ ପରେ +୨ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।