ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର, ୧୮/୧୧:ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଚଳିତ ଶିକ୍ଷା ବର୍ଷରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା। ବିଳମ୍ବ ହୋଇପାରେ କିନ୍ତୁ ପରୀକ୍ଷା ହେବ। ଏଥିପାଇଁ ସର୍ବନିମ୍ନ ୩ ମାସ ପାଠ ପଢ଼ାହେବ ଓ ପରେ ପରୀକ୍ଷା ବ୍ୟବସ୍ଥା କରାଯିବ।  ଯଦି ସର୍ବଭାରତୀୟସ୍ତରରେ ପରୀକ୍ଷା ବନ୍ଦ ହୁଏ ତେବେ ରାଜ୍ୟରେ ଯାଇ ବନ୍ଦ ହୋଇପାରେ। ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ। ଏହାସହ ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ନେଇ ଆଲୋଚନା କରାଯିବ ବୋଲି ସମୀର କହିଛନ୍ତି।