କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପିଲାଙ୍କ ଲାଳନପାଳନ ପାଇଁ ମିଳିବ ୭୩୦ଦିନ ଛୁଟି

ନୂଆଦିଲ୍ଲୀ,୧୦/୦୮: କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଖୁସୀଖବର। ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକୁଟିଆ ଲାଲନ ପାଳନ କରୁଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ବେଶ ଲାଭଦାୟକ ହେବ। ପିଲାଙ୍କ ଲାଳନପାଳନ ପାଇଁ ଚାକିରି କାଳର ମଧ୍ୟରେ ମୋଟ ୭୩୦ଦିନ ଛୁଟି ମିଳିବ। ପିଲାଙ୍କୁ ୧୮ବର୍ଷ ହେବା ଯାଏଁ ଏହୀ ୭୩୦ଦିନର ଛୁଟି ମିଳିବ । ପ୍ରଥମ ଦୁଇ ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ଏହି ସୁବିଧା ନେଇପାରିବେ । ଏଥିସହ ଭିନ୍ନ କ୍ଷମ ସନ୍ତାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର ସଂସଦରେ ଏନେଇ ସୂଚନା ଦେଇଛନ୍ତି । ପ୍ରଶାସନିକ ସେବା ଅଧିକାରୀ ମଧ୍ୟ ସମାନ ସୁବିଧା ପାଇବେ।