କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ

ଭୁବନେଶ୍ୱର, ୧୫/୫: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ କରୋନା ଚେନ ଭାଙ୍ଗିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରିମଧ୍ୟରେ ଆଜି କୋଭିଡ୍ ମୁକାବିଲାକୁ ନେଇ ମୁଖ୍ୟଶାସନ ସଚିବ ସୁରେଶ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ଆଗୁୁୁଆ ସଜାଗ । କୋଭିଡ ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତ ହୋଇସାରିଲାଣି ମାଷ୍ଟରପ୍ଲାନ। ଏନେଇ  ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ ହୋଇଛି।

କୋଭିଡ ସ୍ଥିତିକୁ ନେଇ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ଲକଡାଉନ୍ ପରେ ୧୦ ଜିଲ୍ଲାରେ ସଂକ୍ରମଣ ହାର ସମାନ ଅଛି।
କିଛି ଜିଲ୍ଲାରେ ସଂକ୍ରମଣ ହାର କମିବାକୁ ଆରମ୍ଭ କରିଛି।
ପଶ୍ଚିମାଞ୍ଚଳ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି ।
କରୋନା ନିୟମ ପାଳନ କଲେ ସଂକ୍ରମଣକୁ କମାଇ ଯାଇପାରିବ ବୋଲି ସେ କହିିିଛନ୍ତି।

ଏହାସହ କମ ସମୟରେ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବାରେ ଓଡିଶା ପ୍ରଥମ। ରାଜ୍ୟବାସୀଙ୍କୁ ଶୀଘ୍ର ଟିକାକରଣ କରିବାକୁ ପ୍ରୟାସ ଚାଲିଛି। ଆହୁରି ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡିଶା । ୪ ମାସ ମଧ୍ୟରେ ସମସ୍ତ ଟିକା କିଣିବାକୁ ସମୟ ଦିଆଯିବ । ଆସନ୍ତା ୧୯ରେ ଗ୍ଲୋବାଲ ଟେଣ୍ଡରର ପ୍ରି ବିଡ଼ିଂ ନେଇ ଆଲୋଚନା ହେବ।