ଭିସୁଟର ବିକାଶ ପାଇଁ ହଜାରେ କୋଟି

ଭୁବନେଶ୍ୱର,୨୫/୮: ଭିସୁଟର ବିକାଶ ପାଇଁ ହଜାରେ କୋଟି ଅନୁଦାନ କରାଯାଇଛି । ନୂଆ ରୂପରେଖ ପାଇବ ଭିସୁଟ । ସମ୍ବଲପୁର ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଉଭୟ ଭିସୁଟ ଗସ୍ତ କରି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି । ଖୁବଶିଘ୍ର ସେଣ୍ଟର ଅଫ ଏକ୍ସିଲେନ୍ସରେ ପରିଣତ ହେବ ଭିସୁଟ । ଭିସୁଟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ହଜାରରୁ ୧୦ହଜାରକୁ ବୃଦ୍ଧି କରାଯିବାକୁ ଯୋଜନା ରହିଥଇବା କହିଛନ୍ତି ମୁଖ୍ୟଶାସନ ସଚିବ ।

ଏହା ସହିତ ଆହୁରି ୮୦ଏକର ଜମି ମଧ୍ୟ ଭିସୁଟକୁ ମିଳିବ । ସମଲେଇ ମନ୍ଦିର ଖୁବଶିଘ୍ର ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ । ଉଚ୍ଛେଦ ହେଉଥିବା ଆଉ କିଛି ଘର ସ୍ଥାନାନ୍ତର ବାକି ରହିଛି । ଏହା ମଧ୍ୟ ଜଲଦି ସରିଯିବ । ସେହିଭଳି ହୀରାକୁଦ ବନ୍ଧରେ ଫାଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ । ସର୍ଭେ ଏକ ରୁଟିନ୍ ପ୍ରକ୍ରିୟା । ଡ୍ୟାମ୍ ସୁରକ୍ଷା ବିଭାଗ ଏହାର ତଦାରଖ କରିଥାଏ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।