ଭୁବନେଶ୍ବର,୩୦/୦୬:ରାଜ୍ୟରେ ଏବେ ବଢୁଛି କରୋନା । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଏମସି ଆଗୁଆ ପଦକ୍ଷେପ ନେଇଛି। ପୁଣି ରାଜଧାନୀରେ ମାସ୍କ ହେଲା ବାଧ୍ୟତାମୂଳକ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା କରାଗଲା ବାଧ୍ୟତାମୂଳକ ।
କିଛିଦିନରେ ବ୍ୟବଧାନ ପରେ ପୁଣି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପୂର୍ବ ପରି ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ଅଧିକ ରହୁଛି । ଯାହାକୁ ଦୃଷ୍ଟିରେ ରଖି ବିଏମିସି ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।