ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫/୧୨: ବିଶ୍ୱରେ କରୋନା ସଂକ୍ରମଣ ବଢୁଥିବା ବେଳେ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ୯୬ ତମ ସଂସ୍କରଣକୁ ସମ୍ଭୋଧନ କରିବା ବେଳେ କରୋନା ନେଇ ସର୍ତକତା କରାଇଛନ୍ତି ମୋଦୀ । ଚଳିତବର୍ଷର ଏହା ମୋଦୀଙ୍କ ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମ । ଏଥିପାଇଁ ୨୦୨୨ର ସଫଳତା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ ସେ କହିଛନ୍ତି, ଚଳିତବର୍ଷ ଏକ ସ୍ୱତନ୍ତ୍ର ବର୍ଷ । ଭାରତ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତିି ଅବସରରେ ‘ଆଜାଦୀ କା ଅମୃ୍ତ ମହୋତ୍ସବ’ ପାଳିଛି । ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଜରିଆରେ ପୂରା ଦେଶ ଏକଜୁଟ ହୋଇଛି । ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ଶିକ୍ଷା, ବିଦେଶ ନୀତି ଓ ଇନ୍ଫାଷ୍ଟ୍ରକ୍ଚର ସବୁ ଦିଗରେ ଭାରତ ନୂଆ ଦିଗରେ ପହଂଚିଛି । ଆର୍ଥିକ କ୍ଷେତ୍ରରେ ଦେଶ ପ୍ରଗତି କରୁଛି । ଚଳିତବର୍ଷ ଭାରତ ଜି-୨୦ ସମୁହର ଅଧକ୍ଷତା କରିବା ନେଇ ସୁଯୋଗ ପାଇଛି ।