ମାସ୍କ ସହ ସାମାଜିକ ଦୂରତା ନ ରଖିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୪/୩: ରାଜ୍ୟରେ ଏବେ ଧୀରେ ଧୀରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ତେଣୁ ରାଜଧାନୀ ଭୁବନେଶ୍ୱରରେ କଡାକଡି ହୋଇଛି କୋଭିଡ ନିୟମ । ମାସ୍କ ନପିନ୍ଧିଲେ ଓ ସାମାଜିକ ଦୂରତା ନ ରଖିଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ତାଛଡ଼ା ଅମାନିଆଙ୍କୁ ଧରିବା ସହ ପୋଲିସ ଫାଇନ ଆଦାୟ କରିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ମାର୍କେଟ, ସପିଂ ମଲ ସହ ଜନଗହଳିପୂର୍ଣ୍ଣ ସ୍ଥାନରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି ।