ବିମାନଯାତ୍ରାବେଳେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶ ଓ ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ବିପଦ ଟଳିନି। ଏହାରିିମଧ୍ୟରେ  ବିମାନଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ ବୋଲି ଡିଜିସିଏ ପକ୍ଷରୁ କୋଭିଡ୍ ଗାଇଡଲାଇନରେ କୁହାଯାଇଛି । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏହି ଗାଇଡଲାଇନ ଜାରି କରାଯାଇଛି । ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବାକୁ ଅନୁମତି ଦିଆଯିବ । ନିୟମ ଉଲଂଘନକାରୀଙ୍କୁ ‘ନୋ ଫ୍ଲାଏ’ ଲିଷ୍ଟରେ ରଖାଯିବାକୁ ଡିଜିସିଏ ପକ୍ଷରୁ ଘୋଷଣା କରାଯାଇଛି ।