ଜନ୍ମ ମାଟିରେ ପହଁଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର

ଭୁବନେଶ୍ୱର,୧୨/୦୮: କେନ୍ଦୁଝର ଆନନ୍ଦପୁର ଗାଁରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆ ମରଶରୀର । ମୃତ ସୁଶାନ୍ତଙ୍କ ଘର ଆନନ୍ଦପୁର ପୌର ପରିଷଦ ୪ ନମ୍ବର ୱାର୍ଡ ଅନ୍ତର୍ଗତ ଖୁଣ୍ଟିଆ ସାହିରେ । ଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ । ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ହାତିବୁରୁ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନରେ ତାଙ୍କର ମୃତ୍ୟୁ ହୋଇଛି । ମାଓବାଦୀମାନେ ଅଚାନକ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ ।