ଭୁବନେଶ୍ୱର,୧୪/୩: ବର୍ଷା- ଅନୁଭବ ବୈବାହିକ ଜୀବନକୁ ନେଇ ଉଠିଥିବା ଝଡ କିଛି ଦିନ ଶାନ୍ତ ପଡିଥିବା ବେଳେ ଆଜି ପୁଣି ଅନୁଭବଙ୍କ ଟୁଇଟ୍ । ସାଂସଦ ଅନୁଭବ ମହାନ୍ତି ବର୍ଷାଙ୍କୁ ଦୂରେଇ ଯିବାକୁ ହାତ ଯୋଡି ଅନୁରୋଧ କରିଛନ୍ତି । ଅନୁଭବ ଲେଖିଛନ୍ତି, ପିଲାଙ୍କ ଖୁସି ବାପାମାଆ ସବୁବେଳେ ଚାହାନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ । ମୋ ବାପାଙ୍କ ଦେହ ବହୁତ ଖରାପ, ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି । ତୁମକୁ ମୁଁ ହାତଯୋଡୁଛି, ଡେରି ନକରି ଶୀଘ୍ର ଦୂରେଇ ଯାଅ । ଆଉ ମୋ ବାପାମାଆଙ୍କୁ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ଦିଅ । ମହାପ୍ରଭୁ ତୁମର ମଙ୍ଗଳ କରିବେ ବୋଲି ଟୁଇଟରରେ ବର୍ଷାଙ୍କୁ ଟ୍ୟାଗ୍ କରି ଅନୁଭବ ଏମିତି ଅନୁରୋଧ କରିଛନ୍ତି ।
Parents always want children’s happiness. We know who’s right & who’s wrong! My father is in ICU & very critical. I beg u with folded hands to please split amicably without delay🙏🏻 Plz let my parents breathe freely before time ends 4ever!
Mahaprabhu’ll bless u🙏🏻@VarshaPriyadar3— Anubhav Mohanty (@AnubhavMohanty_) March 14, 2023