ଗଞ୍ଜାମରେ ବିବାହ ଉତ୍ସବ ଉପରେ ଲାଗିଲା ନୂଆ କଟକଣା

ଭୁବନେଶ୍ୱର,୧୬/୫: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି। ଏହାରିମଧ୍ୟରେ ଗଞ୍ଜାମ ଜିଲ୍ଲାର ସବୁ ବିବାହ ଉତ୍ସବ ଉପରେ  ନୂଆ କଟକଣା ଲାଗୁ ହୋଇଛି।ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ  କରୋନା ଟେଷ୍ଟ କରାଯିବ। ଏହାପରେ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ନଥିଲେ ବିବାହ ଉତ୍ସବକୁ ଅନୁୁୁମତି ମିଳିିିବ ନାହିଁ। ଏହି ଲାଗୁ କରାଯାଇଥିବା ନୂଆ ନିୟମ ପାଳନର କଡ଼ାକଡ଼ି ଯାଞ୍ଚ ପାଇଁ ଜିଲ୍ଲାର ବିଡିଓ ଓ ତହସିଲଦାରମାନଙ୍କୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦେଶ ଦେଇଛନ୍ତି।