ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ମହିଳା ମାଓବାଦୀ ସଫା

ଭୁବନେଶ୍ୱର,୬/୧୨: କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅଞ୍ଚଳରେ ଆଜି ମାଓବାଦୀ ଓ‌ ଯବାନଙ୍କ ଭିତରେ ଗୁଳିବିନିମୟ ଘଟିଥିଲା। ଏହାସହ କମ୍ବିଂ ଅପରେସନ ବେଳେ ଏନ୍‌କାଉଣ୍ଟରରେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀମାନେ ଗୋଛାପଡ଼ା-କଣ୍ଟାମାଳ ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ ଥିବା ମାଓ କ୍ୟାମ୍ପକୁ ଧ୍ବସ୍ତ କରିବା ସହ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ହୋଇଥିଲା। ଗୋଛାପଡ଼ା ଥାନା ଅନ୍ତର୍ଗତ ମାଲାକେରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛି।

ସୂଚନାଯୋଗ୍ୟ, ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଚାଲିଥିବାରୁ ମାଓବାଦୀ ନିଶ୍ଚୟ କିଛି ଅଘଟଣ ଘଟାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ‌କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପେରସନ ଜାରି ରହିଥିବାବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।