ଛତିଶଗଡରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୯ ଜଣ ମାଓବାଦୀ ନିପାତ

ଭୁବନେଶ୍ୱର, ୧୬/୦୪: ଛତିଶଗଡ ମାଓ ଅପରେସନରେ ପୁଲିସଙ୍କ ଏନକାଉଣ୍ଟରରେ ୨୯ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । କାଙ୍କେର ଜିଲ୍ଲା ହପାଟୋଲା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ପୁଲିସ- ମାଓବାଦୀ ଗୁଳି ବିନିୟମରେ ତିନିଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁଲିସ କର୍ମଚାରୀ ଥିବା ବେଳେ ଜଣେ ବିଏସଏଫ ଯବାନ ଅଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ । ସୂଚନା ମୁତବାକ, ବିଏସଏଫ ଟିମ କୁମ୍ବି ଅପରେସନରେ ଯାଉଥିବା ବେଳେ ପ୍ରଥମେ ମାଓବାଦୀମାନେ ଗୁଳି ଚଳାଇଥିଲେ । ପରେ ପାଲଟା ଜବାବ ଦେଇଥିଲେ ଯବାନ । ୧୮ ଜଣ ନକ୍ସଲ ମରିଥିବା ନେଇ ବିଏସଫ ପକ୍ଷରୁ ସୂଚନା ଦିଆଯାଇଛି ।