ମାଲକାନଗିରିର ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ଭୁବନେଶ୍ୱର, ୧୪/୧: ମାଲକାନଗିରିର ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।ମାରିଭେଡ଼ା ଓ ନଡ଼ମେଞ୍ଜରି ଜଙ୍ଗଲରୁ ମାଓ ସାମଗ୍ରୀ ଜବତ ହୋଇଛି। ସେଠାରୁ ୪ଟି ଟିଫିନ ଆଇଡି, ୨୦ ୱେବ୍‌ ବେଲ୍ଟ, ହ୍ବିସିଲ୍‌ ଓ ମେଡିସିନ୍‌ ଜବତ ହୋଇଛି। SOG ଓ ଡିଭିଏଫ୍‌ ଯବାନଙ୍କ ମିଳିତ କମ୍ବିଂ ଅଫରେସନ ବେଳେ ଏହି ସବୁ ମାଓ ସାମଗ୍ରୀ ଜବତ ହୋଇଛି।