ଜଣେ ହାର୍ଡକୋର ମହିଳା ମାଓବାଦୀର ଆତ୍ମସମର୍ପଣ

ଭୁବନେଶ୍ୱର, ୧୧/୧୨: ନବରଙ୍ଗପୁରରେ ଜଣେ ହାର୍ଡକୋର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି। ଦକ୍ଷିଣପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି। ଆତ୍ମସମର୍ପଣ କରିଥିବା ମାଓବାଦୀର ନାମ କମଳେଶ୍ୱରୀ ମରେଇ (ଅମିଲା) । ଅମିଲା ମୟନପୁର ଡିଭିଜନର ଏଲ୍‌ଜିଏସ୍ ସଦସ୍ୟ ଥିବା ଜଣାପଡିଛି ।