ଏନ୍‌କାଉଣ୍ଟରରେ ୨୬ ମାଓବାଦୀ ମୃତ ଘଟଣା, ମୃତକଙ୍କ ମଧ୍ୟରେ ଅଛନ୍ତି ୬ ଜଣ କୁଖ୍ୟାତ ଓ ଇନାମୀ ମାଓବାଦୀ

ଭୁବନେଶ୍ୱର,୧୪/୧୧: ମହାରାଷ୍ଟ୍ରର ଗଡ଼ଚିରୋଲି ଏନ୍‌କାଉଣ୍ଟରରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୬ ଜଣ କୁଖ୍ୟାତ ଓ ଇନାମୀ ମାଓବାଦୀ ଥିବା ସୂଚନା ମିଳିଛି। କୁଖ୍ୟାତ ମାଓ ନେତା ମିଲିନ୍ଦ ମୁଣ୍ଡରେ ଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ବେଳେ ଭୀମା କୋରୋଗାଁଓ ହିଂସାରେ ସେ ସଂପୃକ୍ତ ଥିଲା। ସେହିପରି କୋର୍‌ଚି ଦଳମ୍‌ କମାଣ୍ଡର କିଷନ ମୁଣ୍ଡରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର। ମାଓବାଦୀ ମହେଶ ଶିବାଜୀ ମୁଣ୍ଡରେ ୧୬ ଲକ୍ଷ, ପ୍ରଦୀପ ଓରଫ ତିଲକ ମଙ୍କୁର ମୁଣ୍ଡରେ ୬ ଲକ୍ଷ, ମାଓବାଦୀ ଲୋକେଶ ମଙ୍ଗୁ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ସୂଚନା ରହିଛି।