ଛତିଶଗଡର ବିଜାପୁର ଓ ଦାନ୍ତେୱାଡାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୨୨ ମାଓବାଦୀ ସଫା

ନୂଆଦିଲ୍ଲୀ,୨୦/୦୩: ଛତିଶଗଡର ବିଜାପୁର ଓ ଦାନ୍ତେୱାଡାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଏନକାଉଣ୍ଟରରେ ୨୨ ମାଓବାଦୀ ସଫା । ଭିନ୍ନ ଭିନ୍ନ ଅପରେଶନରେ ୨୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏହି ଅପରେଶନ ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଯେଉଁଠି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେହି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସୂଚନା ମୁତାବକ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ୨ଟି ଟିମ୍ ବିଜାପୁର ଓ ଦାନ୍ତେୱାଡା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେଶନ ଆରମ୍ଭ କରିଥିଲେ । ଅପରେଶନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ମାଓବାଦୀମାନେ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ । ଏହି ଗୁଳିବିନିମୟରେ ୨୨ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *