ମୋଟୁ ସୀମାରେ ମାଓ ସ୍ଥିତିର ସମୀକ୍ଷା କଲେ ପୋଲିସ ମହାନିର୍ଦେଶକ ଅଭୟ

ମାଲକାନଗିରି, ୧୫/୫: ମାଲକାନଗିରି ଜିଲ୍ଲା ସ୍ଥିତ ମୋଟୁ ସୀମାରେ ପୋଲିସ ମହାନିର୍ଦେଶକ ଅଭୟ ପହଞ୍ଚି ବରିଷ୍ଠ BSF ଓ ପୋଲିସ ଅଧିକାରୀଙ୍କ ସହ ମାଓ ସ୍ଥିତିର ସମୀକ୍ଷା କରିିଛନ୍ତି।ଏହାସହ ଏମ୍‌ଭି-୮୮ରେ BSF ଶିବିର ପରିଦର୍ଶନ କରି ଯବାନଙ୍କ ସହ ଏହି ସମ୍ପର୍କରେ ଆଲୋଚନା କରିଛନ୍ତି। ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ଡିଜିପି ଆହ୍ୱାନ କରିଛନ୍ତି। ଏହାସହ ଯଦି କେହି ମାଓବାଦୀ କରୋନା ସଂକ୍ରମିତ ଅଛନ୍ତି ତେବେ ଆତ୍ମସମର୍ପଣ କରନ୍ତୁ ବୋଲି ସେ କହିଛନ୍ତି।