କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ମନୋଜ ତିୱାରୀ

ନୂଆଦିଲ୍ଲୀ,୩/୮: ମନୋଜ ତିୱାରୀ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଓ ମାଧ୍ୟମରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଉଥିବା ସୂଚନା ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାଥୀ ଖେଳାଳି, ପରିବାର ଲୋକ ଓ ନିଜ ପତ୍ନୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ସେହିଭଳି ନିଜ ଅବସରକୁ ନେଇ ମନୋଜ କହିଛନ୍ତି ଯେ, ଏହି ଖେଳ ମୋତେ ସବୁକିଛି ଦେଇଛି । ଯାହା ମୁଁ କେବେ କଳ୍ପନା କରିନଥିଲି ତାହା କ୍ରିକେଟ ଯୋଗୁଁ ପାଇଛି । ମୋ ଜୀବନ ଯେତେବେଳେ ଏକ କଠିନ ସମୟ ଦେଇ ଗତି କରୁଥିଲା ଠିକ୍ ସେହି ସମୟରେ ମୋତେ କ୍ରିକେଟ ଖେଳ ଆଗକୁ ବଢାଇଥିଲା ବୋଲି ସେ କହିଛନ୍ତି ।