ଭୁବନେଶ୍ୱର, ୦୯/୦୪: ମନୋଜ କୁମାର ପରିଡା ହେଲେ ନୂଆ ମୁଖ୍ୟ ସୂଚନା କମିଶନର । ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମନୋଜ ପରିଡା । ୧୯୮୬ ମସିହାର ଆଇଏଏସ୍ ଅଫିସର ମନୋଜ କୁମାର । ପୂର୍ବରୁ ବିଭିନ୍ନ ବିଭାଗ ସମ୍ଭାଳିବା ସହ ନିଜର କାର୍ଯ୍ୟଦକ୍ଷତା ଦେଖେଇ ସାରିଛନ୍ତି । ଏହାସହ ପ୍ରାଣବିନ୍ଦୁ ଆଚାର୍ଯ୍ୟ ହେଲେ ସୂଚନା କମିଶନ ସଦସ୍ୟ । କଳ୍ପନା ପଟ୍ଟନାୟକ ଓ ପବିତ୍ର ମଣ୍ଡଳଙ୍କୁ ମଧ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।