ଆରପାରିରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଭୁବନେଶ୍ୱର, ୨୭/୪: ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଆଜି ପରଲୋକ ଘଟିଛି। ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ  ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ମୃତ୍ୟୁ ବେଳକୁ ୮୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ମନୋଜ ଦାସ । ପଦ୍ମଶ୍ରୀ ଓ ପଦ୍ମଭୂଷଣ ଭଳି ସମ୍ମାନ ପାଇଥିଲେ ମନୋଜ ଦାସ ।