ପୁଣିଥରେ ଗଣମାଧ୍ୟମରେ ମେଣ୍ଟକୁ ନେଇ ଭିନ୍ନ ବୟାନ ଦେଲେ ମନମୋହନ, ଜାଣନ୍ତୁ କଣ କହିଲେ ?

ଭୁବନେଶ୍ୱର,୧୪/୦୩: ଦିଲ୍ଲୀରୁ ଫେରିବା ପରେ ଦଳ ଏକାକୀ ଲଢିବ ଏବଂ ସରକାର ଗଢିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବୟାନ ଦେଇଥିଲେ। ପୁଣିଥରେ ଏହି ବୟାନ ଦେବାର କିଛି ଘଣ୍ଟା ମଧ୍ୟରେ ଗଣମାଧ୍ୟମରେ ମେଣ୍ଟକୁ ନେଇ ଭିନ୍ନ ଏକ ବୟାନ ଦେଇଛନ୍ତି । ମନମୋହନ କହିଛନ୍ତି, ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ଦଳର ଚୂଡ଼ାନ୍ତ ନିଷ୍ପତି । ମେଣ୍ଟ ହେଉ ବା ଯାହା ବି ନିଷ୍ପତ୍ତି ହେବ ସେ ନେଇ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ । ରାଷ୍ଟ୍ରୀୟ ନେତୃତ୍ବ ଯାହା ନିଷ୍ପତି ନେବେ ତାହାକୁ ଆମେ ମାନିବୁ । ଖୁବଶୀଘ୍ର ନିଷ୍ପତି ଆସିବ ବୋଲି କହିଲେ ମନମୋହନ ।

ଏହାସହ ସେ କହିଛନ୍ତି,  ମୁଁ ଯାହା ଶବ୍ଦ କହୁଛି, ତାହାକୁ ଅନ୍ୟ ଢଙ୍ଗରେ ଚିତ୍ରଣ କରିବା ଠିକ୍ ନୁହେଁ ।  ଯେଉଁ କଥାକୁ ଖଣ୍ଡନ କରୁଛି, ତାକୁ ଗଣମାଧ୍ୟମ ତିଳକୁ ତାଳ କରୁଛି । ମିଛ ଖବର ଏବଂ ଗୁଜବ ପରିବେଷଣ ହେବା ଉଚିତ୍ ନୁହେଁ । ଭୁଲ ଖବର ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଦ୍ୱାରା କାର୍ଯ୍ୟକର୍ତ୍ତା ମାନେ ମାନସିକ ଦ୍ବନ୍ଦରେ ଅଛନ୍ତି ।