ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୮/୨:  ଦିଲ୍ଲୀ ସରକାରର ଦୁଇ ମନ୍ତ୍ରୀ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଆଜି ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସିସୋଦିଆ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ସମେତ ଏକାଧିକ ବିଭାଗର ଦାୟିତ୍ୱରେ ଥିବା ବେଳେ ଜୈନ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରେ ରହିଥିଲେ। ଉଭୟ ଆଜି ନିଜର ଇସ୍ତଫାପତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହାକୁ ମଧ୍ୟ କେଜ୍ରିୱାଲ ଗ୍ରହଣ କରି ନେଇଛନ୍ତି। ତେଣୁ ଖୁବଶୀଘ୍ର ଦିଲ୍ଲୀ କ୍ୟାବିନେଟ ସଂପ୍ରସାରଣ ହେବାର ଚର୍ଚ୍ଚା ଆରମ୍ଭ ହୋଇଛି।

ଜୈନ ୧୦ ମାସ ହେଲା ଜେଲରେ ଅଛନ୍ତି। ସେହିପରି ସିସୋଦିଆଙ୍କୁ ରବିବାର ସିବିଆଇ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ କରିଥିଲା।