ମନୀଷ ସିସୋଦିଆଙ୍କ ରିଭ୍ୟୁ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ।

ନୂଆଦିଲ୍ଲୀ,୧୪/୧୨: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଝଟକା  । ତାଙ୍କ ରିଭ୍ୟୁ ପିଟିସନକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।ଅକ୍ଟୋବର ୩୦ରେ ସୁପ୍ରିମକୋର୍ଟ ମଦ ନୀତି ମାମଲାରେ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଏହି ରାୟର ପୁନର୍ବିଚାର କରିବାକୁ ଅନୁରୋଧ କରି ସିସୋଦିଆ ଗତ ନଭେମ୍ବର ୨୯ରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ।

ତିନିଦିନ ତଳେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ହାଜତ ମିଆଦକୁ ଜାନୁଆରି ୧୦କୁ ବଢାଇଦେଇଥିଲେ । ଇଡିର ଓକିଲଙ୍କୁ ଅତିରିକ୍ତ ଦସ୍ତାବିଜ୍ ଦାଖଲ କରିବାକୁ ଅନୁମତି ଦେବା ସହ ମାମଲାର ଶୁଣାଣି ୨୦୨୪ ଜାନୁଆରି ୧୦ତାରିଖକୁ ଧାର୍ଯ୍ୟ କରିଥିଲେ।