ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୭କୁ ବୃଦ୍ଧି

ଭୁବନେଶ୍ୱର,୧୭/୪: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ । ଅନ୍ୟପଟେ ଇଡିର ସୂଚନା ମୁତାବକ, ଚଳିତ ମାସ ଶେଷ ସୁଦ୍ଧା ଏହି ମାମଲାରେ ଚାର୍ଜସିଟ୍ ଦାଖଲ ହେବ ।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କର ଆଜି ନ୍ୟାୟିକ ହେପାଜତ ଶେଷ ହେଉଥିଲା । ଏହାପରେ ତାଙ୍କୁ ଆଜି ପୁଣିଥରେ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠି କୋର୍ଟ ତାଙ୍କ ନ୍ୟାୟିକ ହେପାଜତର ତାରିଖ ବୃଦ୍ଧି କରିଛନ୍ତି । ମନୀଷ ସିସୋଦିଆଙ୍କୁ ସିବିଆଇ ଫେବ୍ରୁଆରୀ ୨୬ ତାରିଖରେ ହେପାଜତକୁ ନେଇଥିଲା । ଏହାପରେ ଇଡି ଏବେ ଏହି ମାମଲାରେ ଛାନଭିନ୍ ଜାରି ରଖିଛି ।