ନୂଆଦିଲ୍ଲୀ,୨୬/୨: କିଛି ମାସ ଜେଲ୍ରେ ରହିବାକୁ ପଡ଼ିଲେ ତାଙ୍କର କିଛି ଯାଏଆସେ ନାହିଁ ବୋଲି ଆଜି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦ୍ମୀ ପାର୍ଟି’ର ନେତା ମନୀଷ ସିସୋଦିଆ କହିଛନ୍ତି।ଉଲ୍ଲେଖଯୋଗ୍ୟ, ଆଜି ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଜେରା କରିବା ଲାଗି ‘ସିବିଆଇ’ ମନୀଷ ସିସୋଦିଆଙ୍କୁ ସମନ କରିଛି। ଏହି ବିଷୟରେ ଟୁଇଟ୍ କରି ସିସୋଦିଆ ଲେଖିଛନ୍ତି ଯେ, ଆଜି ପୁଣି ଜେରା ପାଇଁ ସେ ‘ସିବିଆଇ’ କାର୍ଯ୍ୟାଳୟକୁ ଯିବେ। ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି। ମୋ ପ୍ରତି ଲକ୍ଷ ଲକ୍ଷ ପିଲାଙ୍କ ଶ୍ରଦ୍ଧା ଓ କୋଟି କୋଟି ଦେଶବାସୀଙ୍କ ଆଶୀର୍ବାଦ ରହିଛି। ଯଦି କିଛି ମାସ ଜେଲ୍ରେ ରହିବାକୁ ପଡ଼େ, ସେଥିପାଇଁ କିଛି ଅସୁବିଧା ନାହିଁ। ମୁଁ ଭଗତ ସିଂହଙ୍କର ଅନୁଗାମୀ। ଦେଶ ପାଇଁ ଭଗତ ସିଂହଙ୍କ ଫାଶୀ ଦିଆଯାଇଥିଲା। ଏଭଳି ମିଥ୍ୟା ଅଭିଯୋଗ କାରଣରୁ ଜେଲ୍ ଯିବା ତୁଚ୍ଛ କଥା।
आज फिर CBI जा रहा हूँ, सारी जाँच में पूरा सहयोग करूँगा. लाखों बच्चो का प्यार व करोड़ो देशवासियो का आशीर्वाद साथ है
कुछ महीने जेल में भी रहना पड़े तो परवाह नहीं. भगत सिंह के अनुयायी हैं, देश के लिए भगत सिंह फाँसी पर चढ़ गए थे. ऐसे झूठे आरोपों की वजह से जेल जाना तो छोटी सी चीज़ है— Manish Sisodia (@msisodia) February 26, 2023