ମନୀଷ ହତ୍ୟା ମାମଲାରେ ତମାଣ୍ଡୋ ଥାନା IICଙ୍କୁ DCP ଅଫିସକୁ ବଦଳି

ଭୁବନେଶ୍ୱର, ୨୨/୧୦: ବହୁ ଚର୍ଚ୍ଚିତ ମନୀଷ ହତ୍ୟା ମାମଲା ରେ ତନାଘନା ଜାରି ରହିଛି । ଏହାରି ମଧ୍ୟରେ ଆଜି ଦାୟିତ୍ୱରେ ଅବହେଳା ପାଇଁ ତମାଣ୍ଡୋ ଥାନା IIC ପ୍ରମୋଦ ପଟ୍ଟନାୟକଙ୍କୁ DCP ଅଫିସକୁ ବଦଳି କରାଯାଇଥିବା ସୂଚନା ମିଳିଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।ଏହାସହ ବାର୍ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରା ଥାନାରେ ଅଟକ ରଖାଯାଇଛି । ବେଆଇନ ଭାବେ ସାଉଥ୍ ସିଟି ବାର୍ ଚାଲୁଥିବା ଓ କୋଭିଡ ନିୟମ ଉଲ୍ଲଂଘନ କରି ବାର ଚାଲିଥିଲା ବୋଲି ଡିସିପି କହିଛନ୍ତି । ଗତ କିଛି ସମୟ ପୂର୍ବରୁ କ୍ୟାପିଟାଲ ଥାନାର କନେଷ୍ଟବଳ ପ୍ରସନ୍ନ ବେହରା ମଧ୍ୟ ନିଲମ୍ବିତ ହୋଇଛନ୍ତି । ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ନିଲମ୍ବିତ କରିଛନ୍ତି ।